ଆମ ଶରୀର ତିନୋଟି ଗୁଣରେ ତିଆରି, ଆୟୁର୍ବେଦ ରେ ଏହାକୁ ବାତ, ପିତ୍ତ ଓ କଫ କୁହାଯାଏ l ଯେତେବେଳ ଏହି ଗୁଣ ଠିକ ମାତ୍ରା ଓ ଅନୁପାତରେ ଥାଏ ଆମେ ଦୈହିକ, ଦୈବିକ ଓ ଭୌତିକ ଦୁଃଖ ରୁ ଦୂରରେ ଥାଉ ଓ ଯେତେବେଳେ ଏହାର ସନ୍ତୁଳନ ବିଗିଡି ଯାଏ ଏ ତିନିପ୍ରକାର ସମସ୍ୟା ଆମକୁ ଘେରି ଯାଏ l ବାତ ପିତ୍ତ ଓ କଫ କୁ ପୁନଃ ସନ୍ତୁଳିତ କରି ଆମେ ଶାରୀରିକ, ମାନସିକ ରୋଗ କୁ ଦୂର କରିବା ସହିତ ଆଧ୍ୟତ୍ମିକ ଉନ୍ନତି ମଧ୍ୟ କରିପାରୁ l
ତ୍ରିଫଳା ଅର୍ଥାତ ତିନିଟି ଫଳ
ହରିଡ଼ା, ବାହାଡା, ଅଁଳା, ଯାହାକୁ ଠିକ ଢଙ୍ଗ ରେ ପ୍ରୟୋଗ କରି ଆମେ ବାତ ପିତ୍ତ ଓ କଫକୁ ସନ୍ତୁଳନ କରି ପରିବା, ତ୍ରିଫଳା ଦ୍ୱାରା ଧଳା କେଶ କଳା ହୋଇପାରେ l ଆଧୁନିକ ଶିକ୍ଷା ଓ ଏଲୋପାଥି ଆମକୁ କିଛି ଲାଭ ଦେଇଛି ସତ, କିନ୍ତୁ ଆମର ପୁରାତନ ଜ୍ଞାନକୁ ନଷ୍ଟ କରିଦେଇଛି ଓ ଏପରି ଅବିଶ୍ୱାସ ର ବାତାବରଣ ତିଆରି କରିଛି ଯେ କେହିବି ସହଜରେ ବିଶ୍ୱାସ କରିବାକୁ ପ୍ରସ୍ତୁତ ନୁହନ୍ତି l ଆଧୁନିକ ଚିକିତ୍ସା ଶାସ୍ତ୍ର ରେ ମାନ୍ୟତା ଯେ ଯେଉଁ କେଶ ଧଳା ହୋଇଛି ତାହା କଳା ହେବନାହିଁ, କିନ୍ତୁ ତ୍ରିଫଳାର ସଠିକ ମାତ୍ରା, ପରିମାଣ ଓ ବ୍ୟବହାର ବା ସେବନ କୁଶଳତା ମାଧ୍ୟମରେ, କେଶ କଳା ହେବା ଏକ ପାର୍ଶ୍ୱ ପ୍ରତିକ୍ରିୟା ମାତ୍ର ବୋଲି ଜଣାପଡିଛି l ତେଣୁ ଯାହାର ସାଇଡ ଏଫେକ୍ଟ ଏପରି ତାହତ ନିଶ୍ଚିତ ଯାଦୁକରୀ ଔଷଧ ଯାହା ସର୍ବ ବ୍ୟାଧି ହରଣ କରେ ଓ ପୂର୍ଣ୍ଣ ସ୍ୱାସ୍ଥ୍ୟ ପ୍ରଦାନ କରେ l ଏହି ଲେଖା ତ୍ରିଫଳାର ସଠିକ ପ୍ରୟୋଗ ଏବଂ ଲାଭ ବିଷୟରେ ଅଟେ l ସଚେତନ ବ୍ୟକ୍ତି ଏହାର ଲାଭ ଉଠାଇବେ l
ତିଆରି କରିବାର କୌଶଳ
ଏଥିପାଇଁ ଶୁଖିଲା ହରିଡ଼ା, ବାହାଡା ଓ ଅଁଳା ଦରକାର l ତିନୋଟି ଫଳ ସଫା ଓ ପୋକ ଲାଗି ନଥିବା ଦରକାର l ଏହାର ମଞ୍ଜି କାଢ଼ିଦେବେ ଓ ଅଲଗା ଅଲଗା କରି ଗୁଣ୍ଡ ବା ଚୂର୍ଣ୍ଣ କରିବେ l ଗୁଣ୍ଡକୁ ଚଲେଇ ଛାଣି 1:2:4 ଅନୁପାତରେ ମିଶାଇବେ l ଉଦାହରଣ ହରିଡ଼ା 10gm, ବାହାଡା 20gm ଓ ଅଁଳା ଚୂର୍ଣ୍ଣ 40gm ମିଶାଇବେ l ଏକାଥରେ ସେତିକି ଚୁର୍ଣ୍ଣ ମିଶାଇବେ ଯେତିକି ଅଧିକତମ 100 ଦିନ ପର୍ଯ୍ୟନ୍ତ ଯାଇପାରିବ, ଅଧିକ ପୁରୁଣା ଚୁର୍ଣ୍ଣ ର ଶକ୍ତି କମି ଯାଇଥାଏ l ବଜାରରେ ମିଳୁଥିବା ଚୂର୍ଣ୍ଣ ର ଠିକ ଅନୁପାତ ନଥାଇ ପାରେ ଓ 100 ଦିନରୁ ପୁରୁଣା ହୋଇପାରେ ତେଣୁ ନିଜେ ତିଆରି କରିବା ଭଲ l
ତ୍ରିଫଳା ଖାଇବାର ବିଧି
କୌଣସି ବୟସର ବ୍ୟକ୍ତି ଏହାକୁ ଖାଇପାରିବେ l କିନ୍ତୁ ଚାହା ତ୍ୟାଗ କରିବାକୁ ହେବ l ପୂର୍ଣ୍ଣ ଲାଭ ପାଇବା ପାଇଁ ସକାଳୁ ବିଛଣାରୁ ଉଠି ତାଜା ପାଣି ସହ ତ୍ରିଫଳା ସେବନ କରିବାକୁ ହେବ ଓ 1 ଘଣ୍ଟା ପର୍ଯନ୍ତ କିଛି ଖାଦ୍ୟ ଖାଇବେ ନାହିଁ, କେବଳ ପାଣି ପିଇ ପାରିବେ l ମାତ୍ରା ର ପରିମାଣ ବୟସ ଅନୁସାରେ କରିବାକୁ ପଡିବ l ଯେତେ ବର୍ଷ ବୟସ ହୋଇଥିବ ସେତିକି ରତି ତ୍ରିଫଳା ଦିନରେ ଥରେ ସେବନ କରିବାକୁ ହେବ l
1 ରତି =0.12gm,
ଉଦାହରଣ ବୟସ 50 ହେଲେ, 50×0.12= 6.0gm ତ୍ରିଫଳା ଏକା ଥରେ ଖାଇବାକୁ ହେବ l ତ୍ରିଫଳାର ପୂର୍ଣ୍ଣ କଳ୍ପ 12 ବର୍ଷ ହୋଇଥାଏ l ଅର୍ଥାତ 12 ବର୍ଷ ପର୍ଯ୍ୟନ୍ତ ଲଗାତାର ଖାଇପାରିବେ l
ଋତୁ ଅନୁକୂଳ
ଆମ ଦେଶରେ ଦୁଇ ଦୁଇ ମାସ କରି ୬ ଟି ଋତୁ ହୋଇଥାଏ l ପ୍ରତ୍ୟେକ ଋତୁରେ ତ୍ରିଫଳାରୁ ଅଧିକ ଲାଭ ସଂଗ୍ରହ କରିବା ପାଇଁ ଋତୁ ଅନୁସାରେ ଏହା ସହିତ ବିଭିନ୍ନ ଜିନିଷ ମିଶାଇ ଗ୍ରହଣ କରିବାକୁ ପଡେ l
ଚୈତ୍ର, ବୈଶାଖ, ବସନ୍ତ ଋତୁ – ମହୁ ସହିତ ଚାଟିବା ଉଚିତ
ଜ୍ୟେଷ୍ଠ, ଆଷାଢ଼, ଗ୍ରୀଷ୍ମ ଋତୁ – ତ୍ରିଫଳାର 1/4 ଭାଗ ଗୁଡ଼ ସହ ମିଶାଇ ଖାଇବା ଉଚିତ
ବର୍ଷା ଋତୁ, ଶ୍ରାବଣ, ଭାଦ୍ରବ – ତ୍ରିଫଳାର 1/8 ଭାଗ ସୈନ୍ଧବ ଲବଣ ସହ ମିଶାଇ ଖାଇବେ
ଶରତ ଋତୁ, ଆଶ୍ୱିନ, କାର୍ତ୍ତିକ –
ହେମନ୍ତ ଋତୁ, ମାର୍ଗଶୀର, ପୌଷ – ତ୍ରିଫଳାର 1/6 ଭାଗ ଶୁଣ୍ଠୀ ସହିତ ମିଶାଇ ଖାଇବେ
ଶୀତ ଋତୁ, ମାଘ, ଫାଲଗୁନ – ତ୍ରିଫଳାର 1/8 ଭାଗ ଛୋଟ ପିପଲ ଚୂର୍ଣ୍ଣ ସହ ମିଶାଇ ଖାଇବେ
ତ୍ରିଫଳା ର ଲାଭ
प्रथम वर्ष तन सुस्ती जाय। द्वितीय रोग सर्व मिट जाय।।
तृतीय नैन बहु ज्योति समावे। चतुर्थे सुन्दरताई आवे।।
पंचम वर्ष बुद्धि अधिकाई। षष्ठम महाबली हो जाई।।
श्वेत केश श्याम होय सप्तम। वृद्ध तन तरुण होई पुनि अष्टम।।
दिन में तारे देखें सही। नवम वर्ष फल अस्तुत कही।।
दशम शारदा कंठ विराजे। अन्धकार हिरदै का भाजे।।
जो एकादश द्वादश खाये। ताको वचन सिद्ध हो जाये।।
ବ୍ୟକ୍ତିଗତ ଉପଦେଶ
Toxin ବା ବିଜାତୀୟ ପଦାର୍ଥ ଶରୀରରୁ ବାହାର କରିବା ପ୍ରଥମ ସୂତ୍ର ଅଟେ l ତେଣୁ ତ୍ରିଫଳା ସେବନର ଆରମ୍ଭ କରିବା କିଛିଦିନ ପର୍ଯ୍ୟନ୍ତ ପତଳା ଝାଡା ହେବା ସାଧାରଣ କଥା l ତେଣୁ ଏଥି ପାଇଁ ପ୍ରସ୍ତୁତ ରହିଥିବେ l ଯେତେବେଳେ ଶରୀରରୁ ବିକାର ଦୂର ହୋଇଯିବ ସେତେବେଳେ ଝାଡା ହେବା ବନ୍ଦ ହୋଇଯିବ l ପ୍ରାୟ ବ୍ୟସ୍ତତା କାରଣରୁ ଲୋକମାନେ ଏଥିପାଇଁ ପ୍ରସ୍ତୁତ ନଥାନ୍ତି l ଦ୍ୱିତୀୟରେ ତ୍ରିଫଳାରେ ଅଁଳାର ଭାଗ ଅଧିକ ଥିବାରୁ ଏହାର ପ୍ରଭାବ ଥଣ୍ଡା ହୋଇଥାଏ ତେଣୁ କେତକଙ୍କୁ ଅସହଜ ଲାଗେ l ତେଣୁ ବୟସ ଅନୁସାରେ ଆପଣଙ୍କର ଯେତିକି ମାତ୍ରା ନେବା ଆବଶ୍ୟକ ତାହାର ଅଧମାତ୍ରା ନେଇ ଆରମ୍ଭ କରିପାରିବେ l ଧୀରେ ଧୀରେ ମାତ୍ରା ବଢ଼ାଇ ଏକ ମାସ ଭିତରେ ପୂର୍ଣ୍ଣ ମାତ୍ରା ନେବା ଉଚିତ l କିନ୍ତୁ ସକାଳେ ଖାଲି ପେଟ ରେ ସେବନ କରି ପାଣି ଛଡା 1 ଘଣ୍ଟା ପର୍ଯ୍ୟନ୍ତ କିଛି ନ ଖାଇବା ନିୟମ ପାଳନ କରିବେ l