ପିଲାମାନେ ବିଛଣାରେ ପରିସ୍ରା କରନ୍ତି ଯଦି ତାଙ୍କୁ ଖଜୁରୀ ଖୁଆନ୍ତୁ l ଖଜୁରୀକୁ ଛୋଟ ଛୋଟ ଟୁକୁଡା କରି କ୍ଷୀରରେ ଫୁଟାନ୍ତୁ ଓ ତାକୁ ରାତିରେ ଶୋଇବା ସମୟରେ ପିଲାଙ୍କୁ ପିଆନ୍ତୁ l
ବୟସ୍କ ଲୋକ ମାନଙ୍କୁ ବାରମ୍ଵାର ପରିଶ୍ରା ଲାଗିଥାଏ ଓ ରାତିରେ ବାରମ୍ବାର ଯିବାକୁ ପଡିଥାଏ କାରଣ ମୁତ୍ରକୁ ଧରି ରଖିବା କ୍ଷମତା କମ ହୋଇଯାଏ ବା ମୂତ୍ରପିଣ୍ଡ କମଜୋର ପଡିଯାଇଥାଏ l
ଖଜୁରୀ କୁ ଛୋଟ ଛୋଟ କାଟି କ୍ଷୀରରେ ମିଶାଇ ଖୁବ ଫୁଟାନ୍ତୁ ଓ ଶୋଇବା ପୂର୍ବରୁ ସେହି କ୍ଷୀର ପିଅନ୍ତୁ ଓ ଖଜୁରୀକୁ ଚୋବେଇ ଖାଆନ୍ତୁ l ଦିନକୁ 3/4ଟି ଖଜୁରୀ ଯଥେଷ୍ଟ l 3 ମାସ ଲଗାତାର କରନ୍ତୁ l
ଏହାଦ୍ୱାରା ରାତିରେ ବି ପରିସ୍ରା କରୁଥିବା ପିଲାଙ୍କ ସମସ୍ୟା ସମାଧାନ ହୋଇଥାଏ, ଖଜୁରୀ ବା Dates ଦୁଇଟିରୁ ଯେଉଁଟାବି ପ୍ରୟୋଗ କରି ପାରିବେ l
ପ୍ରୋଷ୍ଟେଟ ଏନଲର୍ଜମେଣ୍ଟ ପାଇଁ ମଧ୍ୟ ଏହି ଔଷଧ କାମ କରେ l
ବହୁମୁତ୍ର (ବାର ବାର ପରିସ୍ରା ଲାଗିବା)
ଏହି ରୋଗରେ ବାରମ୍ବାର ପରିସ୍ରା ଲାଗିଥାଏ ଓ ଅଳ୍ପ ଅଳ୍ପ ପରିସ୍ରା ଲାଗିଥାଏ l ଏହି ରୋଗ ଅଧିକାଂଶ ଅନୁବଂଶିକ ମଧ୍ୟ ହୋଇଥାଏ l ଏଥିରେ କୋଷ୍ଠକାଠିନ୍ୟ, ବଦହଜମି, ଅଧିକ ମୂତ୍ର ହେବା ଓ ନିଦ କମ ଆସିବା ଆଦି ଲକ୍ଷଣ ରୁହେ l ରୋଗୀ ପ୍ରତିଦିନ କମଜୋର ହୋଇଯାଏ ଓ ଅଣ୍ଟା ତଳକୁ ବଥା ହୁଏ l
ଏହାର ଘରୋଇ ଉପାୟ
1) 20ଗ୍ରାମ କଳା ତିଳ ଓ 10ଗ୍ରାମ ଜୁଆଣି କୁ ମିଶାଇ ପାଉଡର କରିଦିଅନ୍ତୁ l ଏଥିରେ 50ଗ୍ରାମ ଗୁଡ଼ ମିଶାଇ ସକାଳ ସନ୍ଧ୍ୟା 1 – 1 ଚାମଚ ସେବନ କରନ୍ତୁ
2) ସକାଳ ଖାଲି ପେଟ ରେ ଅଦା ରସ 1ଚାମଚ ଖାଇଲେ ବହୁମୁତ୍ରରେ ଲାଭ ମିଳେ
3) ରାତିରେ ଶୋଇବା ସମୟରେ ଗାଇ କ୍ଷୀରରେ 4/5ଟି ଖଜୁରୀ ପକାଇ ଫୁଟାଇ ଖାଇଲେ ବହୁମୂତ୍ରରେ ଆରାମ ମିଳେ l
ମୂତ୍ରାଶୟ ପ୍ରଦାହ (ଜଳନ) ପରିସ୍ରା ପୋଡା
1) ପ୍ରତିଦିନ ଗାଜର ରସ ପିଇଲେ ପରିସ୍ରା ପୋଡା କମିଥାଏ
2) 5-6 ତାଜା ଆମଲାର ରସକୁ ମହୁ ମିଶାଇ ପିଇଲେ ଲାଭ ମିଳେ
3) 2ଟି ପିଆଜକୁ ଭଲ ଭାବେ କାଟି, 1 ଗ୍ଳାସ ପାଣିରେ ଫୁଟାଅ, ପାଣି ଅଧା ହୋଇଗଲେ ତାକୁ ଛାଣି ପିଅ
4) ଡାଳିମ୍ବ ଚୋପାକୁ ପାଉଡର କରି, ତାଜା ପାଣିରେ ଦିନକୁ 1 ଚାମଚକରି ପାଉଡର ଦୁଇ ତିନି ଥର ପ୍ରତିଦିନ ସେବନ କରନ୍ତୁ l
5) କାକୁଡି କୁ ଭଲ ଭାବେ କାଟି ଓ ସେଥିରେ ମିଶ୍ରି ମିଶାଇ ସାଲାଡ଼ ପରି ଖାଇଲେ ପରିସ୍ରା ରୋଗ କମିଯାଏ l
6) 4ଚାମଚ ମୂଳା ରସ ସହିତ ସୈନ୍ଧବ ଲବଣ ମିଶାଇ ପିଅନ୍ତୁ