Woman

ଆପଣ ଯଦି ପ୍ରେଗନେଣ୍ଟ ଅଛନ୍ତି ତେବେ ନିଶ୍ଚୟ ପଢ଼ନ୍ତୁ

ମା ହେବା ପାଇଁ ପ୍ରତ୍ୟେକ ନାରୀଙ୍କର ସ୍ୱପ୍ନ ଥାଏମା ହେଲା ପରେ ଜଣେ ନାରୀ ନିଜକୁ ସମ୍ପୂର୍ଣ୍ଣ ମନେ କରିଥାଏତେଣୁ ଯଦି ଆପଣ ପ୍ରେଗନାନସି ପାଇଁ ପ୍ଲାନ କରୁଛନ୍ତି ତେଵେ ଆପଣଙ୍କୁ ନିହାତି ଜାଣିବା ଦରକାର ଯେ ଆପଣଙ୍କ ପାଇଁ କେଉଁ କେଉଁ ଜିନିଷ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣଯାହାର ପୂରଣ ନହେଲେ ଅପଣଙ୍କ ଗର୍ଭ ନଷ୍ଟ ହୋଇପାରେ ବା ଗର୍ଭରେ ପିଲାର ଠିକ ଭାବେ ବିକାଶ ହୋଇ ପାରିବ ନାହିଁଏଥିରେ ଆପଣ ସେହି ଜିନିଷ ଗୁଡିକୁ ଆପଣେଇ ସଫଳ ମାତା ହୋଇପାରିବେ ବେଳେବେଳେ ଗର୍ଭ ଧାରଣ ର 7/8 ମାସ ପରେ ମଧ୍ୟ ଗର୍ଭପାତ ହୋଇଯାଏ,  ଏହାକୁ ଧ୍ୟାନ ରଖି ଏ ବିଷୟରେ ଜାଣିବା ଆବଶ୍ୟକ l

ଯଦି ଗର୍ଭ ରହୁ ନାହିଁ ଏହି ଉପାୟ କରନ୍ତୁ

ଯଦି କୌଣସି ସ୍ତ୍ରୀର ଲଗାତାର ଦୁଇ ଥର ବା ଅଧିକ ଥର ଗର୍ଭପାତ ହୋଇସାରିଛି ତାହେଲେ ଆଉଥରେ ଗର୍ଭ ନଷ୍ଟ ହୋଇପାରେତେଣୁ ବହୁତ ସାବଧାନ ହେବା ଆବଶ୍ୟକ ଯଦି ତିନିମାସ ପୂର୍ବରୁ ଗର୍ଭ ନଷ୍ଟ ହୁଏ ଏହାକୁ ଗର୍ଭସ୍ରାବ କହନ୍ତି ଏହା ସହ ରକ୍ତ ସ୍ରାବ ହୋଇପାରେ ଯଦି କେବଳ ରକ୍ତ ସ୍ରାବ ହୁଏ ତାକୁ Threatened Abortion କହନ୍ତି ଏହାର ବହୁତ ପ୍ରକାର କାରଣ ଥାଏ ଯେପରିକି ଜ୍ୱରପୁରୁଣା ରୋଗଟିବିଗର୍ଭାଶୟ ସମ୍ବନ୍ଧୀୟ ରୋଗଆଘାତଭିଟାମିନ ଅଭାବଥାଇରଏଡ ଇତ୍ୟାଦି…

ସାବଧାନତା

ଭାରୀ ଜିନିଷ ଉଠାନ୍ତୁ ନାହିଁଆରାମ କରିବା ଉଚିତସହବାସ କରିବା ଉଚିତ ନୁହେଁମାକୁ ସୁସ୍ଥ ରହିବା ଉଚିତସୁସ୍ଥ ମାତା ହିଁ ସୁସ୍ଥ ଶିଶୁକୁ ଜନ୍ମ ଦେଇପାରେ l

ଦକ୍ଷିଣ ଭାରତରେ କୁହାଯାଏ ଯେ ପପେୟା ଖାଇଲେ ଗର୍ଭ ନଷ୍ଟ ହେବାର ଆଶଙ୍କା ଥାଏ ତେଣୁ ଗର୍ଭବତୀ ସ୍ତ୍ରୀ ପପେୟା ଖାଇବା ସମୟରେ ସାବଧାନ ଅବଲମ୍ବନ କରିବା ଉଚିତ l

ଗର୍ଭାଶୟ କୁ ମଜଭୁତ କରିବା ପାଇଁ ଉପାୟ

ଲୋକି – (ନାଉ) ନିୟମିତ ଏହାର ରସ ବା ତରକାରୀ ଖାଇବା ଉଚିତ

ସିଙ୍ଘାଡା – ନିୟମିତ ଖାଇବା ଉଚିତ

ଦୁଦୁରା ଚେର – ଯେଉଁ ମାନଙ୍କର ବାରମ୍ବାର ଗର୍ଭପାତ ହେଉଛି ତାଙ୍କ ଅଣ୍ଟାରେ ଏହି ଚେର ଚାରି ଆଙ୍ଗୁଳି ଲମ୍ବର ଗୋଟେ ସୂତାରେ ବାନ୍ଧି ଦେବେଯେବେ ନଅ ମାସ ପୁରିଯିବ ସେତେବେଳେ ଖୋଲିଦେବେ l

ଯଅ ଅଟା – 12ଗ୍ରାମ ଯଅ ଅଟା, 12 ଗ୍ରାମ କଳା ତିଳ,  12 ଗ୍ରାମ ମିଶ୍ରି ମିଶାଇ ମହୁ ସହିତ ଖାଇଲେ ବାରମ୍ବାର ଗର୍ଭପାତ ହେଉଥିଲେ ବନ୍ଦ ହୁଏ

ଡାଳିମ୍ବ – 100 ଗ୍ରାମ ଡାଳିମ୍ବର ତାଜା ପତ୍ର  ବାଟିଛାଣି ପିଇବେ

ପଳାସ – ଗର୍ଭଧାରଣ ର ପ୍ରଥମ ମାସ 1ଟି ପତ୍ରଦ୍ୱିତୀୟ ମାସରେ ଦୁଇଟି ପତ୍ର ଏହିପରି ନବମ ମାସରେ 9 ଟି ପତ୍ର କରି 1 ଗ୍ଲାସ କ୍ଷୀରରେ ଫୁଟାଇ ସକାଳସନ୍ଧ୍ୟା ପିଇବା ଉଚିତ ଏହାର ପ୍ରୟୋଗରେ  ଚମତ୍କାର ଲାଭ ମିଳିଥାଏ (ଆଚାର୍ଯ୍ୟ ବାଳକୃଷ୍ଣ )

ଶିବଲିଙ୍ଗି ମଞ୍ଜି ଚୂର୍ଣ୍ଣ ଓ ପୁତ୍ରଜୀବକ ଗିରି –  ଦୁଇଟିକୁ ସାମାନ ମାତ୍ରାରେ ମିଶାଇ 1/4 ଚାମଚ ସକାଳ ଖାଲି ପେଟରେ ନିତ୍ୟକର୍ମ ସାରି ଖାଇବା 30 ମିନିଟ ଆଗରୁ  ଓ ରାତି ଭୋଜନ ର 1 ଘଣ୍ଟା ପରେ ଗାଇ କ୍ଷୀର ସହ ମିଶାଇ ସେବନ କରିବେ ଏହି ଦୁଇଟି ଔଷଧ ବଜାର ରେ ମିଳିବ l

ଖାଇବା ପିଇବା –

ଗଜା ମୁଗଭିଟାମିନ ଅଧିକ,  ବାଦାମପେସ୍ତାବାଦାମକିସମିସଆଦି ଖାଇବେଲେମ୍ବୁ ଲୁଣ ପାଣି ସର୍ବତ ପିଇପାରିବେ

ଶୁଣ୍ଠୀମୁଲେଥି (ଯଷ୍ଟିମଧୁ )କ୍ଷୀର –

ଗର୍ଭଧାରଣ କରିବା ପରେ ପ୍ରତିଦିନ ଅଧ ଚାମଚ ଶୁଣ୍ଠୀ, 1/4 ଚାମଚ ମୁଲେଥି କୁ 250 ଗ୍ରାମ କ୍ଷୀରରେ ଫୁଟାଇ ପିଅନ୍ତୁ ଏହା କଲେ ଗର୍ଭପାତ ହୁଏ ନାହିଁ ଓ ପ୍ରସବ ବେଦନା କମ ହୁଏ l

କ୍ଷୀର ଓ ଗାଜର – ଏକ ଗ୍ଲାସ ଗାଜର ରସ ଓ ଏକ ଗ୍ଲାସ କ୍ଷୀର ମିଶାଇ ଫୁଟାନ୍ତୁଯେତେବେଳେ ଅଧା ହୋଇଯିବ ପିଇବେ ପ୍ରତିଦିନଯାହାର ବାରମ୍ବାର ଗର୍ଭପାତ ହେଉଛି ସେ ଏହି ତୁଟୁକା ଶୀଘ୍ର ଆରମ୍ଭ କରିବା ଉଚିତ

ପାନ ମହୁରୀ ଓ ଗୁଲାବ ର ଗୁଲକନ୍ଦ – ବାରମ୍ବାର ଗର୍ଭପାତ ହେଲେ ଗର୍ଭ ଧାରଣ ପରେ 62 ଗ୍ରାମ ପାନମହୁରୀ ଓ 31 ଗ୍ରାମ  ଗୁଲାବ ର ଗୁଲକନ୍ଦ ବାଟି ପାଣି ସହ ମିଶାଇ ଦିନକୁ ଥରେ ପିଅନ୍ତୁ ଓ ପୂରା ଗର୍ଭ ସମୟରେ ସୋମ୍ଫ ର ଅର୍କ ପ୍ରତିଦିନ ପିଉଥିଲେ ଗର୍ଭ ସ୍ଥିର ରହିଥାଏ l

Pregnancy ସମୟରେ ପାଣି କମିଗଲେ (Amniotic Fluid)

ଗର୍ଭ ସମୟରେ ଗର୍ଭାଶୟ ରେ ଯେଉଁ ପାଣି ପରି ତରଳ ପଦାର୍ଥ ତିଆରି ହୋଇଥାଏତାହାକୁ Amniotic Fluid  କହନ୍ତି ଏହା ପିଲାକୁ ସୁରକ୍ଷା ଦେଇଥାଏ ପିଲାକୁ ଉଷୁମ ରଖିଥାଏସୁରକ୍ଷା ଦେଇଥାଏ ପୂର୍ଣ୍ଣ ବିକାଶରେ ସାହାଯ୍ୟ କରେ ଓ ବୁଲା ବୁଲି କରିବାରେ ଓ ପିଲାର ହାତଗୋଡ଼ ମଜଭୁତ କରିବାରେ ସାହାଯ୍ୟ କରେ l

ବେଳେ ବେଳେ ଏହି ପାଣି କମିଯାଏଯାହାକୁ Oligohydramnios କହନ୍ତି l

ଏହା ପାଇଁ ଘରୋଇ ଉପଚାର

  • ଆରାମ ବେଶୀ କରିବେ
  • ଦିନକୁ 8/10 ଗ୍ଲାସ ପାଣି ପିଇବେ
  • କାକୁଡିଟମାଟୋତରଭୁଜବନ୍ଧାକୋବିଫୁଲକୋବିପାଳଙ୍ଗଅଙ୍ଗୁର ସେଓ ଆଦି ରସ ବା ପାଣି ଥିବା ଫଳ ପରିବା ଖାଇବେ
  • ବାମ କଡ ମାଡି ଶୋଇବେ
  • ନଡ଼ିଆ ପାଣି ବେଶୀ ପିଇବେ
  • ଦିନ ଭିତରେ ଦୁଇ ଗ୍ଲାସ କ୍ଷୀର ପିଇବେ
  • Diuretics ଔଷଧ ଖାଇବେ ନାହିଁଏହା ଦେହରୁ ପାଣି କମାଇ ଦିଏ
  • ମଦ ପିଇବେ ନାହିଁଏହା ଶରୀରରୁ ପାଣି କମାଇ ଦିଏ
  • ଯଦି BP ଔଷଧ ଖାଉଥିବେ ତେଵେ ନିଜ ଡକ୍ଟର ଙ୍କ ପରାମର୍ଶ କରିବେ

ଏହି ଅବସ୍ଥାରେ ଡକ୍ଟର ଙ୍କ ପରାମର୍ଶ କରିବେ

ମଦ ସେବନ କରିବେ ନାହିଁ,

ଧୂମପାନକରିବେନି

ଅଲିଭ ତେଲ ବା ଦେଶୀ ଗାଇ ଘିଅ ଦିନରେ 10ଗ୍ରାମ ଖାଇବେଘିଅ ଖାଇ ଉଷୁମ ପାଣି ପିଆଯାଏ

ଥଣ୍ଡାକଫମୋଟା ଲୋକଜଣ୍ଡିସହେପାଟାଇଟିସଗ୍ୟାଷ୍ଟିକ,  ଫ୍ୟାଟି ଲିଭର ଆଦିରେ ଘିଅ ଖାଇବେ ନାହିଁ,